ବିଷାକ୍ତ ସାପ କାମୁଡାରେ ସ୍ବାମୀ ସ୍ତ୍ରୀ ମୃତ

ବରଗଡ଼(ଆଶୁତୋଷ ପାଣିଗ୍ରାହୀ) -: ବରଗଡ଼ ଜିଲ୍ଲା ପାଇକମାଳ ବ୍ଳକ ଅନ୍ତର୍ଗତ ଝିଟିକି ଗାଁ ରେ ଗତକାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ପରିବାର ସହ ଶୋଇଥିବା ଅବସ୍ଥାରେ ଏକ ବିଷାକ୍ତ ସାପ ପ୍ରଥମେ ସ୍ତ୍ରୀ ଓ ପରେ ସ୍ବାମୀଙ୍କୁ ଦଂଶନ କରିଦେଲା । ପ୍ରାପ୍ତ ସୁତ୍ରରୁ ପ୍ରକାଶ ଯେ ଝିଟିକି ଗାଁର ଅକ୍ଷୟ ପଧାନଙ୍କ ପୁଅ ଶଙ୍କର ପଧାନ ଓ ପୁତ୍ର ବଧୂ ଶାନ୍ତି ପଧାନ ।

Advertisement

ଉଭୟଙ୍କୁ ଉଦ୍ଧାର କରି ପାଇକମାଳ ହସ୍ପିଟାଲକୁ ଅଣା ଯାଇଥିଲା । ହେଲେ ବହୂ ଶାନ୍ତି ପଧାନର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିଲା ଓ ପୁଅ ଶଙ୍କରଙ୍କୁ ମୃତ ଘୋଷଣା କରିଥିଲେ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!