ଘର ଛପର କରୁଥିଲେ ସଳା ଭିଣୋଇ, ଚାଲିଗଲା ସଳାଙ୍କ ଜୀବନ ଅଳ୍ପକେ ବର୍ତ୍ତିଲେ ଭିଣୋଇ

ବରଗଡ଼ (ଆଶୁତୋଷ ପାଣିଗ୍ରାହୀ) -: ବରଗଡ ଜିଲ୍ଲା ପାଇକମାଳ ବ୍ଲକ ଅନ୍ତର୍ଗତ ଜର୍ଜଗଡ ଗାଁରେ ଆଜି ଅପରାହ୍ନ ସମୟରେ ଯୋଗେନ୍ଦ୍ର ବରିହା ନାମକ ଜଣେ ଯୁବକର ବିଦ୍ୟୁତ ଆଘାତରେ ମୃତୁ୍ୟ ହୋଇଛି । ପ୍ରାପ୍ତ ସୂଚନା ଅନୁସାରେ ମୃତକର ଭିଣୋଇ ଘରେ ଘରଛପର ମରାମତି ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ । ଏହା ଦେଖି ଭିଣୋଇକୁ ବଞ୍ଚାଇବାକୁ ଯାଇ ନିଜେ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଛନ୍ତି । ସ୍ଥାନୀୟ ଲୋକେ ଖବର ପାଇ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଏବଂ ଭିଣୋଇକୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ଯିବାପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ଏହି ଖବରଟି ସ୍ଥାନୀୟ ଜନସାଧାଣଙ୍କୁ ମର୍ମାହତ କରିଛି ।

Advertisement
Advertisement

Leave a Reply

Your email address will not be published. Required fields are marked *

error: Content is protected !!