ଲଜରୁ ୮୦ଲକ୍ଷ ଟଙ୍କା ଜବତ କଲା ପୋଲିସ, ମଣିଷ କିଣିବା ପାଇଁ ବାହାର ରାଜ୍ୟର ଦଲାଲ ଆସିଥିବା ସନ୍ଦେହ …!

କଣ୍ଟାବାଞ୍ଜି -: କଣ୍ଟାବାଞ୍ଜି ସହରର ଏକ ଲଜ୍ ଉପରେ ପୁଲିସ ଚଢ଼ାଉ କରି ୮୦ ଲକ୍ଷ ଟଙ୍କା ଜବତ କରିଥିବାର ଖବର ମିଳିଛି। ଏହାଛଡ଼ା ବାହାର ରାଜ୍ୟର ୫ଜଣଙ୍କୁ ଥାନାରେ ଅଟକ ରଖିଛି ପୁଲିସ। ସୂଚନା ଅନୁଯାୟୀ, ଗତକାଲି ରାତିରେ ବାହାର ରାଜ୍ୟର ୫ଜଣ ଲୋକ କଣ୍ଟାବାଞ୍ଜି ସହରର ଏକ ଲଜରେ ଆସି ରହିଥିଲେ।

Advertisement

ସେମାନେ ସାଙ୍ଗରେ ୮୦ ଲକ୍ଷ ଟଙ୍କା ଆଣିଥିଲେ। ସାଧାରଣତଃ ନୂଆଁଖାଇ ପରେପରେ ବାହାର ରାଜ୍ୟର ଦଲାଲ ଆସି ଏଠାକାର କିଛି ଦଲାଲଙ୍କୁ ଟଙ୍କା ଦେଇ ଦାଦନମାନଙ୍କୁ ନିଜ ସାଙ୍ଗରେ ନେଇକରି ଯାଇଥାନ୍ତି। ପୁଲିସ କୌଣସି ସୂତ୍ରରୁ ଏନେଇ ସୂଚନା ପାଇ କଣ୍ଟାବାଞ୍ଜି ପୁଲିସ ସହରର ଉକ୍ତ ଲଜ୍ ଉପରେ ଚଢ଼ାଉ କରି ୮୦ ଲକ୍ଷ ଟଙ୍କା ଜବତ କରିଥିଲା। ଏହାଛଡ଼ା ବାହାର ରାଜ୍ୟର ୫ଜଣଙ୍କୁ ଥାନାରେ ଅଟକ ରଖିଛି ପୁଲିସ। ଏେନଇ ଅଧିକ ଖୋଳତାଡ଼ କରୁଛି ପୁଲିସ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!