ସାମ୍ବାଦିକତାରୁ ରାଜନୀତି …

ପଦ୍ମପୁର(ଜିତୁ ଦାଶ)-: ଆସନ୍ତା ୨୪ ତାରିଖରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ବରଗଡ ଜିଲ୍ଲା ପଦ୍ମପୁର ବିଜ୍ଞାପିତ ଅଂଚଳ ପରିଷଦ ଚଳଚଂଚଳ ହୋଇ ଉଠିଛି । ତିନି ପ୍ରମୁଖ ଦଳ ତରଫରୁ ବର୍ତମାନ ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ ଜଣେ ସାମ୍ବାଦିକ ତିନି ନମ୍ବର ୱାର୍ଡରୁ ପ୍ରାର୍ଥୀ ହେବା ସହରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଳଟିଛି ।

Advertisement

ଦୀର୍ଘ ଦଶ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ସାମ୍ବାଦିକ ଭାବରେ କାର୍ଯ୍ୟ କରି ଆସୁଥିବା ପ୍ରିୟରଂଜନ ଭୋଇ ପଦ୍ମପୁର ଏନଏସି ଅନ୍ତର୍ଗତ ତିନି ନମ୍ବର ୱାର୍ଡରୁ ବିଜୁ ଜନତା ଦଳ ତରଫରୁ ୱାର୍ଡମେମ୍ବର ପ୍ରାର୍ଥୀ ଭାବେ ଛିଡା ହୋଇଛନ୍ତି । ଘରକୁ ଘର ବୁଲି ଏବଂ ସଭାସମିତି ମାଧ୍ୟମରେ ସେ ନିଜ ତଥା ନିଜ ଦଳ ସପକ୍ଷରେ ଭୋଟ ମାଗୁଥିବା ବେଳେ ତାଙ୍କ ପ୍ରତି ଜନଆକର୍ଷଣ ମଧ୍ୟ ବିପୁଳ ମାତ୍ରାରେ ଥିବା ଦେଖିବାକୁ ମିଳୁଛି ।

ପୁର୍ବରୁ ମଧ୍ୟ ଅଂଚଳର ଅନେକ ସମସ୍ୟା ସରକାରଙ୍କ ନଜରକୁ ଆଣିବା ସହ ଦୁର୍ନିତି ବିରୋଧରେ ନିଜ ସ୍ୱର ଉଠାଇ ଆସୁଥିଲେ । ବର୍ତମାନ ପ୍ରତ୍ୟକ୍ଷ ରାଜନିତିକୁ ଆସି ଗରିବ ତଥା ନିଷ୍ପେଷିତଙ୍କ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଦୁର୍ନିତିମୁକ୍ତ ଭବାରେ ଲୋକଙ୍କ ପାଖକୁ ପହଂଚାଂଇବା ତାଙ୍କ ମୁଖ୍ୟ ଲକ୍ଷ ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!