ନିଷ୍ଠା ପରିବାର ତରଫରୁ ସମ୍ବର୍ଦ୍ଧନାସଭା ଅନୁଷ୍ଠିତ

ବରଗଡ଼ -: ନିଷ୍ଠା ପରିବାର ଦ୍ବାରା ଆୟୋଜିତ ସ୍ବତନ୍ତ୍ର ସମ୍ମାନୀତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସମାଜ ସେବୀ ,ସୁସାହିତ୍ୟିକା ,କାଦମ୍ବିନୀ ପତ୍ରିକା ର ସମ୍ପାଦିକା ଡଃ ଇତିରାଣୀ ସାମନ୍ତ ଯୋଗଦାନ କରିଥିଲେ।

Advertisement

ଆୟୋଜିତ ସମ୍ବର୍ଦ୍ଧନା ସଭାରେ ନିଷ୍ଠା ପରିବାର ତରଫରୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ଡଃ ସାମନ୍ତ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସଭାରେ ବିଶିଷ୍ଟ ସମାଜ ସେବୀ ,ଆଦର୍ଶ ଶିକ୍ଷକ ତଥା ଟ୍ବିଟର ମେନ ଦିବସ କୁମାର ସାହୁ ଓ ଜନ କଲ୍ୟାଣ ସେବା ଟ୍ରଷ୍ଟ ,ବରଗଡ଼ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ମୁକୁନ୍ଦ ଦାଶ ଙ୍କୁ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁଷ୍ପଗୁଚ୍ଛ ,ଉପଢୌକନ ଓ ମୋମେଣ୍ଟୋ ଦେଇ ନିଷ୍ଠା ପରିବାର ତରଫରୁ ସମ୍ମାନୀତ କରାଯାଇଥିଲା। ଆୟୋଜିତ ସମ୍ବର୍ଦ୍ଧନା ସଭାରେ ନିଷ୍ଠା ପରିବାର ର ସଭାପତି ରକ୍ଷପାଳ ସାହୁ , ଉପ ସଭାପତି କ୍ଷୀରୋଦ୍ର ସାହୁ ମଞ୍ଚାସୀନ ଥିବାବେଳେ ମଦନ ମୋହନ ଦାଶ ମଞ୍ଚ ସଂଯୋଜନା କରିଥିଲେ। ନିଷ୍ଠା ପରିବାର ର ମହିଳା ଶାଖା ଏବଂ ନିଷ୍ଠା ପରିବାର ର ସଦସ୍ୟମାନେ ସଭା ପରିଚାଳନାରେ ସହଯୋଗ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!