ଭୁତ କୋଠି ପାଲଟିଛି ରାହାଣ ସ୍ଥିତ ମିନି ସ୍ୱାସ୍ଥ୍ୟକେନ୍ଦ୍ର

ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା) – ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ରାହାଣ ଠାରେ ଥିବା ମିନିସ୍ୱାସ୍ଥ୍ୟ କେନ୍ଦ୍ର ଏବେ ଭୁତକୋଠି ପାଲଟିଛି । ତିନି ବର୍ଷ ରୁ ଉର୍ଦ୍ଧ ହେବ ଏଠାରେ କୌଣସି ଷ୍ଟାପ ପୋଷ୍ଟିଙ୍ଗ ହୋଇନାହାନ୍ତି । ରକ୍ଷଣା ବେକ୍ଷଣା ଅଭାବରୁ ଲକ୍ଷ ଲକ୍ଷ ଟଙ୍କା ରେ ନିର୍ମିତ ମିନି ସ୍ୱାସ୍ଥ୍ୟ କେନ୍ଦ୍ର ଏବେ ଭୁତ କୋଠି ପାଲଟିଛି । ଆଖ ପାଖ ଅଂଚଳବାସୀ ଙ୍କୁ ସାମାନ୍ୟ ଜର , ଥଣ୍ଡା , ବାନ୍ତି, ଝାଡା , ଆଦି ରୋଗ ବୈରାଗ୍ୟ ହେଲେ ଲୋକ ମାନେ ଅନତି ଦୂର ବାଲିକୁଦା ନଚେତ , ଓଷକଣା ସ୍ୱାସ୍ଥ୍ୟ କେନ୍ଦ୍ର କୁ ଯିବାକୁ ପଡିଥାଏ । ଜନ ସାଧାରଣ ଙ୍କସ୍ୱାସ୍ଥ୍ୟ ଗତ ସମସ୍ୟା ପ୍ରତି ଜ଼ିଲ୍ଲା ପ୍ରଶାସନ ବା ରାଜନେତା ଙ୍କ ଦୃଷ୍ଟି ପଡୁନାହିଁ । ଅନେକ ବାର ସେବା ଫାଉଣ୍ଡେସନ ସଭାପତି ରଶ୍ମି ରଞ୍ଜନ ପାତ୍ର ଏ ବିଷୟରେ BDO, ତହସିଲଦାର, ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ହେଲେ ସମସ୍ୟା ସମାଧାନ ହୋଇନାହିଁ । ଜ଼ିଲ୍ଲା ପ୍ରଶାସନ ଜନ ସାଧାରଣଙ୍କ ସ୍ଵାସ୍ତ୍ୟ ଗତ ସମସ୍ୟାକୁ ଦୃଷ୍ଟିରେ ରଖି ରାହାଣ ମିନି ସ୍ୱାସ୍ଥ୍ୟ କେନ୍ଦ୍ର ରେ ତୁରନ୍ତ ଷ୍ଟାପ ପୋଷ୍ଟିଙ୍ଗ କରିବା ସହିତ ଭୁତ କୋଠି ପାଲଟିଥିବା ମିନି ସ୍ୱାସ୍ଥ୍ୟ କେନ୍ଦ୍ର ର ପୁନଃରୁଦ୍ଧାର କରିବାକୁ ଯୁବ ସମାଜସେବୀ ରଶ୍ମି ରଞ୍ଜନ ପାତ୍ର, ସମ୍ବିତ କୁମାର ପାଇଟଳ , ରାଜ କିଶୋର ବେହେରା, ମୁନା ସେନାପତି, ଇଶ୍ୱର ବେହେରା, ସାଇ ସୋମନାଥ ବେହେରା ପ୍ରମୁଖ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ବ୍ୟାପକ ଜନ ଆନ୍ଦୋଳନ କରାଯିବ ସେବା ଫାଉଣ୍ଡେସନ ସଭାପତି ରଶ୍ମି ରଞ୍ଜନ ପାତ୍ର ଚେତାବନୀ ଦେଇଛନ୍ତି ।

Advertisement
Advertisement

Leave a Reply

Your email address will not be published. Required fields are marked *

error: Content is protected !!