ଗ୍ରାମ ଦେବତୀଙ୍କ ଯାତ୍ରା ଅବସରେ କଳାକାର ମାନଙ୍କୁ ସମ୍ବର୍ଦ୍ଧନା

ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଘନାମାଲ ଗ୍ରାମରେ ମାଁ କାଳୀ ଡୁଙ୍ଗୁରୀଏନଙ୍କ ବାର୍ଷିକ ଉତ୍ସବ ଆନନ୍ଦ ଉଲ୍ଲାସ ସହିତ ଉଦଯାପିତ ହୋଇ ଯାଇଛି । ଏ ଅବସରରେ ସନ୍ଧ୍ୟା ସମୟରେ ଉଦଣ୍ଡ ବୈଠକି କିର୍ତ୍ତନ ସମାରୋହ ହୋଇଥିଲା ।

Advertisement

ବୁବୁଡ଼ା,ଘନାମାଲ(ନୂଆଁପଡ଼ା,ମନ୍ଦିରପଡା)ପଲସାପାଲି କିର୍ତ୍ତନ ଦଳ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମକୁ ଖୁବ ସୁନ୍ଦର ଭାବରେ ପରିବେଷଣ କରିଥିଲେ । ଆଖପାଖ ଅଞ୍ଚଳରୁ ଅନେକ ଶ୍ରଦ୍ଧାଳୁଙ୍କ ସମାଗମ ରେ ଶାନ୍ତି ଶ୍ରୁଙ୍ଖଳା ସହିତ ଯାତ୍ରା ସମାପନ ହୋଇଥିବାବେଳେ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନଛତ୍ର ବ୍ୟବସ୍ଥା କରାଯାଇଥିଲା । ବୁବୁଡ଼ା,ଘନାମାଲ,ପଲସାପାଲି ଦଳ କୁ ଉପଢୌକନ ଦେଇ ଗଙ୍ଗାଧର ପାଠାଗାର ତରଫରୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା ।

ଏହି କାର୍ଯ୍ୟକ୍ରମକୁ ମିନକେତନ ବିଶ୍ବାଳ, ସୁରେନ୍ଦ୍ର ସାହୁ, ପ୍ରହଲ୍ଲାଦ ଛତର, ହରେକୃଷ୍ଣ ମେହେର କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ଝସକେତନ ମେହେର ଏବଂ ଅନନ୍ତ କୁମାର ମେହେର ପରିଚାଳନା ଦାୟିତ୍ବ ଗ୍ରହଣ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!