ମା କନକଦୁର୍ଗା ପୀଠରେ ବାରୁଣୀ ଯାତ୍ରା ମହାସମାରୋହରେ ଅନୁଷ୍ଠିତ

ଜଗତସିଂହପୁର -: ଜଗତସିଂହପୁର ଜ଼ିଲ୍ଲା ପିତେଇପୁର ସ୍ଥିତ ପ୍ରସିଦ୍ଧ ସର୍ପ ଭୟ ନିବାରିଣୀ କ୍ଷେତ୍ର ମା କନକଦୁର୍ଗାଙ୍କ ପୀଠରେ ପ୍ରସିଦ୍ଧ ବାରୁଣୀ ଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।

Advertisement

ଜ଼ିଲ୍ଲା ତଥା ଜ଼ିଲ୍ଲା ବାହାର ର ହଜାର ହଜାର ଶ୍ରଦ୍ଧାଳୁ ପ୍ରଭାତରୁ ବୁଡ଼ ପକାଇ ମାଙ୍କ ପୀଠରେ ଦାଣ୍ଡ ପହଁରିବା । ମା’ଙ୍କୁ ଭୋଗ ଲାଗିକରି ଦର୍ଶନ କରିବା । ଆଉ କେହି କୁକୁଡ଼ା ଉଡାଇ ମାନସିକ କଲେ ମନବାଞ୍ଛା ପୂରଣ ହୁଏ ବୋଲି ଲୋକଚାର ରହିଛି । ହେଲେ ମା କନକଦୁର୍ଗା ସର୍ପ ଭୟ ନିବାରିଣୀ ନାମରେ ବେଶ ଖ୍ୟାତି ଅର୍ଜନ କରିଛନ୍ତି । ଯେ କୌଣସି ବିଷାକ୍ତ ସର୍ପ ଦଂଶନ କଲେ ମା କନକ ଦୁର୍ଗାଙ୍କୁ ସ୍ମରଣ କରି ପାଦୁକ ସେବନ କଲେ ସର୍ପ ବିଷ ହରଣ ହୋଇଯାଏ ବୋଲି ଅଗଣିତ ଭକ୍ତଙ୍କର ଆଗାଢ଼ ବିଶ୍ୱାସ ରହିଛି । ସେଥିପାଇଁ ବାରୁଣୀ ଯାତ୍ରାରେ ହଜାର ହଜାର ଭକ୍ତ ଯୋଗଦେଇ ମା ଙ୍କ ଆଶ୍ରିବାଦ ଲାଭ କରିଥାନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!