ବରଗଡ଼ ଜିଲ୍ଲାରେ ହସ୍ତଶିଳ୍ପ ରଥ ପରିକ୍ରମାର ଶୁଭାରମ୍ଭ

ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ସଦର ମହକୁମାରେ ଅବସ୍ଥିତ ନିଶାମଣୀ ସରକାରୀ ହାଇସ୍କୁଲ ପଡ଼ିଆ(ଲୋକମଣ୍ଡପ) ଠାରେ ଆଗାମୀ ମାର୍ଚ୍ଚ ୩୧ ତାରିଖରୁ ଅପ୍ରେଲ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ସର୍ବଭାରତୀୟ ବିଶାଳ ହସ୍ତଶିଳ୍ପ ପ୍ରଦର୍ଶନୀ-୨୦୨୨ ଉପଲକ୍ଷେ ପ୍ରଦର୍ଶନୀ କମିଟିର ସଭାପତି ଡାକ୍ତର ସତ୍ୟନାରାୟଣ ସିଂହ ସାମନ୍ତ ମୁଖ୍ୟଅତିଥି ଭାବେ ଯୋଗ ଦେଇ ହସ୍ତଶିଳ୍ପ ରଥ ପରିକ୍ରମା ନିମନ୍ତେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

Advertisement

ଉକ୍ତ ହସ୍ତଶିଳ୍ପ ରଥ ଦିର୍ଘ ୧୦ ଦିନ ବ୍ୟାପି ଜିଲ୍ଲାର ବିଭିନ୍ନ ଗ୍ରାମର ହସ୍ତଶିଳ୍ପ କାରିଗର ଓ ଜନସାଧାରଣ ଙ୍କ ପାଖରେ ପହଞ୍ଚି କାର୍ଯ୍ୟକ୍ରମର ସୂଚନା ପ୍ରଦାନ କରିବ ।ଭାରତ ସରକାରଙ୍କ ବସ୍ତ୍ର ମନ୍ତ୍ରଣାଳୟ, ବିକାଶ ଆୟୁକ୍ତ(ହସ୍ତଶିଳ୍ପ) ବିଭାଗ ସୈାଜନ୍ୟରେ ଅନୁଷ୍ଠିତ ହେବାକୁ ଥିବା ମେଳାରେ ସମସ୍ତ ପରିବାର ର ସଦସ୍ୟ/ସଦସ୍ୟା ବହୁ ସଂଖ୍ୟା ରେ ଯୋଗଦେଇ ବିଭିନ୍ନ ଗୃହ ଉପକରଣ, ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ କ୍ରୟ ବିକ୍ରୟର ସୁଯୋଗ ନେଇ ପାରିବେ । ହସ୍ତଶିଳ୍ପ ପ୍ରଦର୍ଶନୀର ପ୍ରଥମ ଦିବସରେ ବରଗଡ ଜିଲ୍ଲାପାଳ ମନୀଷ ବାନାର୍ଜୀ ମୁଖ୍ୟଅତିଥି ଭାବେ ଯୋଗଦାନ ଦେଇ ତାଙ୍କ କରକମଳରେ ଶୁଭ-ଉଦଘାଟନ କରିବା ନିମନ୍ତେ ସ୍ଵିକୃତି ପ୍ରଦାନ କରିଛନ୍ତି । ଏଣୁ ବହୁ ସଂଖ୍ୟା ରେ ଜିଲ୍ଲାବାସୀ ଉକ୍ତ ପ୍ରଦର୍ଶନୀରେ ବରଗଡ ଜିଲ୍ଲା ର ମାନବୃଦ୍ଧି କରିବା ସଙ୍ଗେ ସଙ୍ଗେ ମର୍ଯ୍ୟାଦା କୁ ଅକ୍ଷୁର୍ଣ୍ଣ ରଖିବା ନିମନ୍ତେ ଡୋଭ(ଅନଗୁଳ) ର ସମ୍ପାଦକ ଶ୍ରୀମାନ ଅନିଲ କୁମାର ମିଶ୍ର ନିବେଦନ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!