ଭିନ୍ନକ୍ଷମ ମାନଙ୍କ ଲୁକ୍କାୟିତ ପ୍ରତିଭାଙ୍କୁ ସମ୍ମାନିତ

ଭୁବନେଶ୍ୱର (ପ୍ରଭାତ କୁମାର ମଲ୍ଲିକ) -: ଭିନ୍ନକ୍ଷମ ଲୁକାୟିତ ପ୍ରତିଭାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଉଦ୍ୟମ ଆରମ୍ଭ କରିଛି ଜଜବା । ୫୦ ରୁ ଉର୍ଦ୍ଧ୍ବ ଭିନ୍ନକ୍ଷମ ପ୍ରତିଭାଙ୍କୁ ପ୍ରଦାନ ହେଲା ଜଜବା ପ୍ରତିଭା ସମ୍ମାନ- ୨୦୨୨ ।

Advertisement

ପବିତ୍ର ଉତ୍କଳ ଦିବସରେ ଭୁବନେଶ୍ୱର ପଟିଆ ସ୍ଥିତ ଜଜବା ମୁଖ୍ୟ କାର୍ଯ୍ୟାଳୟ ରେ ଉତ୍କଳ ଦିବସ ସମାରୋହ ଓ ପ୍ରତିଭା ସମ୍ମାନ ପ୍ରଦାନ ଉତ୍ସବରେ ଏହି ସମ୍ବର୍ଧନା ଦିଆଯାଇଛି । ଜଜବା ର ଅଧ୍ୟକ୍ଷ ସଫଦର୍ ହାଶିମ୍ ଙ୍କ ସଭାପତିତ୍ଵ ରେ ମୁଖ୍ୟ ଅତିଥି ଭାବେ ପଠାଣି ସାମନ୍ତ ପ୍ଲାନେଟରୀୟମ ର ଉପ ନିର୍ଦେଶକ ଡ ଶୁଭେନ୍ଦୁ ପଟ୍ଟନାୟକ,ସମ୍ମାନିତ ଅତିଥି ଭାବେ ସମାଜସେବୀ ଅନୁରାଧା ଦାଶ, ଡ ମାଙ୍ଗଳିକା ମହାପାତ୍ର, ଲିନା ନନ୍ଦିତା ପରିଡା,ଭିନ୍ନକ୍ଷମ ସସସ୍ତିକରଣ ବିଭାଗର ଅନୁଶାସନ ସଚିବ ସନ୍ୟାସୀ ବେହେରା,ସାମ୍ବାଦିକ ଉମାଶଙ୍କର ସାହୁ ଯୋଗ ଦେଇ ପ୍ରତିଭା ମାନଙ୍କୁ ସମ୍ମାନିତ କରିବା ସହ ଆଶିଷ ବାଣୀ ପ୍ରଦାନ କରିଥିଲେ ।

କାର୍ଯକ୍ରମରେ ପ୍ରଥମେ ଅତିଥି ମାନେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମୂଳ ବିନ୍ଧାଣି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । କାର୍ଯକ୍ରମ ଶେଷରେ ଜଜବାର ମୁଖପାତ୍ର ଅଫରୀନ ଖାଁ ନ ଧନ୍ୟବାଦ୍ ଅର୍ପଣ କରିଥିଲେ । କାର୍ଯକ୍ରମ ରେ ଅଭିନେତା ବାବୁ ରାଜା,ବିଭୁ ଦତ୍ତ ଦାସ, ଶିଳ୍ପା ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ ।ଏଭଳି ନିଆରା କାର୍ଯକ୍ରମ କୁ ସବୁ ଆଡୁ ପ୍ରଶଂସା ମିଳୁଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!