ସରପଞ୍ଚ ୟୁନିୟନର ସଭାପତି ଭାବରେ ନିର୍ବାଚିତ ହେଲେ ନୂଆପଡ଼ା ସଦରର ପ୍ରେମଲାଲ

ନୂଆପଡ଼ା(ଡେନିସ ରାଏ )-: ଆଜି ନୂଆପଡ଼ର ୩୧ ଟି ଗ୍ରାମପଞ୍ଚାୟତର ସରପଞ୍ଚଙ୍କୁ ନେଇ ସରପଞ୍ଚ ସଂଗଠନର ସଭାପତି ପଦବୀ ସକାଶେ ନିର୍ବାଚନ ହୋଇଥିବାବେଳେ, ନୂଆପଡ଼ା ବ୍ଳକରେ ଯାଉଥିବା ଭଏସାଟାଲର ସରପଞ୍ଚ ଶ୍ରୀମାନ ପ୍ରେମଲାଲ ନାଏକ ନିର୍ଦ୍ବନ୍ଦ୍ବରେ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି

Advertisement

।ସେ ନୂଆପଡ଼ା ବ୍ଳକର ଜଣେ ଲୋକପ୍ରିୟ ନେତା ଭାବେ ବେଶ ଜଣାଶୁଣା । ସେ ପୂର୍ବରୁ ପରକୋଡ ଗ୍ରାମପଞ୍ଚାୟତରେ ଦୁଇଦୁଇ ଥର ସରପଞ୍ଚ ଭାବେ ନିର୍ବାଚିତ ହୋଇ ବେଶ ଜନହିତକର କାର୍ଯ୍ୟ ମାନ କରିଛନ୍ତି । ଆଗରୁ ଶ୍ରୀ ନାଏକ ପ୍ରଥମେ ଶିଶୁ ଶ୍ରମିକ ମାନଙ୍କୁ ଶିକ୍ଷକ ଭାବରେ ଶିକ୍ଷାଦାନ କଲାପରେ ରାଜନୈତିକ ରାସ୍ତାକୁ ଆପଣାଇ ଆଜି ଜଣେ ଉଚ୍ଚ କୋଟୀର ନେତା ଭାବେ ସୁପରିଚିତ ହୋଇଛନ୍ତି ସମଗ୍ର ନୂଆପଡ଼ା ଜିଲ୍ଲାରେ ।

ସେ ଯେତେବେଳେ ପୂର୍ବରୁ ସରପଞ୍ଚ ଦାୟିତ୍ୱ ଦୁଇ ଦୁଇ ଥର ତୁଲାଇଥିଲେ ସେତେବେଳେ ପରକୋଡ ଗ୍ରାମପଞ୍ଚାୟତ ରେ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରିଥିବାର ଜଣାଯାଏ ।ଏଭଳି ଏକ ମହାନ ବ୍ୟକ୍ତିବିଶେଷଙ୍କୁ ସରପଞ୍ଚ ୟୁନିୟନର ସଭାପତି ଭାବରେ ପାଇ ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ତାରେଶ୍ୱରୀ ସାହୁ, ଉପାଧ୍ୟକ୍ଷ ଶ୍ରୀମାନ ଦିଲ୍ଲିପ ନିର୍ମଲକର ହାର୍ଦ୍ଦିକ ଅଭିନନ୍ଦନ ସହ ଶୁଭେଚ୍ଛା ଜଣାଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!