ବଡମ୍ବା – ନରସିଂହପୁରରେ ଅଜବ ନୀତି, ଜାଣିଲେ ଆପଣଙ୍କ ମୁଣ୍ଡ ଘୁରେଇଦେବ

କଟକ/ନରସିଂହପୁର – ସରକାରଙ୍କ ନୀତି ନିୟମ ଚୁଲିକି ଯାଉ ଆମ ମନମାନି ରାଜୁତି ଚାଲିଥାଉ ଏକଥା ଆମେ କହୁନୁ ଏହି କଥା ସାରା ବଡମ୍ବା-ନରସିଂହପୁରରେ ଚର୍ଚ୍ଚା ଯୋର ଧରିଛି ।

Advertisement

ବଡମ୍ବା-ନରସିଂହପୁର ନିର୍ବାଚନ ମଣ୍ଡଳୀ ହେଉଛି ଓଡିଶା ରାଜନୀତିର ପାୱାରଫୁଲ୍ ନେତା ତଥା ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ରଙ୍କ ଅଞ୍ଚଳରେ ଚାଲିଛି । ୧୮ ଓ ୪୦ ବର୍ଷର ଲୋକଙ୍କୁ ମଧୁବାବୁ ଓ ଇନ୍ଦିରା ଗାନ୍ଧୀ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉଥିବା ସୋସିଆଲ ମିଡିଆରେ ପ୍ରଚାର କରାଯାଉଛି ।

watch now

ସୂଚନା ଅନୁଯାୟୀ ସୋସିଆଲ ମିଡିଆ ଫେସବୁକରେ କାନପୁର ସମିତିସଭ୍ୟ କାର୍ତ୍ତିକ ବେହେରା (୯୭୭୮୨୩୩୬୦୫) ଏହି ସୁବିଧା ପ୍ରଦାନ କରୁଛନ୍ତି । ଭେଣ୍ଡିଆ ପାଇବେ ଭତ୍ତା ଏ ସଂକ୍ରାନ୍ତରେ ବି.ଏନ୍‌.ଏସ୍‌.ର ନଜରକୁ ଆସିବା ପରେ କାର୍ତ୍ତିକ ବେହେରାଙ୍କୁ ଫୋନ୍ ଯୋଗେ ପଚରାଯାଇଥିଲା । ଏହାର ଉତ୍ତରରେ ସେ ଅଜବ ଯୁକ୍ତି ବାଢିଥିଲେ । ଏଭଲି ପୋଷ୍ଟ କରିବା ପରେ ସେ ଟ୍ରୋଲ ଶିକାର ହୋଇଥିଲେ ପରେ ଏହାକୁ ସୋସିଆଲ ମିଡିଆରେ ଏଡିିଟ୍ କରି ବଦଳାଇଦେଇଥିବାର ଦେଖିବାକୁ ମିଳିଥିଲା ଓ ପରେ ଏହାକୁ ଡିଲିଟ୍ କରିଦିଆଯାଇଛି। ତେବେ ଏ ସଂକ୍ରାନ୍ତରେ ସ୍ଥାନୀୟ ବିଧାୟକଙ୍କୁ ମତାମତ ନେବା ପାଇଁ ଫୋନ ଯୋଗେ ମତାମତ ନେବାକୁ ଚେଷ୍ଟା କରିଥିଲୁ କିନ୍ତୁ ସେ ଫୋନ ଉଠାଇନଥିଲେ । ବିଧାୟକଙ୍କ ମତାମତ ଅପେକ୍ଷାରେ… ! ଆପଣଙ୍କ ସରକାରରେ କଣ ଏମିତି ହୁଏ କି ? ନା ଭୁଲ ବସତଃ ଏଭଳି ପୋଷ୍ଟ କରାଯାଇଛି । ଯଦି ଏଭଳି ପୋଷ୍ଟ କରିବା ପଛରେ କିଛି ମନ୍ଦ ଉଦେଶ୍ୟ ରହିଛି ତୁରନ୍ତ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବୁରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!