ବଡଭାଇର ପରିବାରର ସଫା କରିଦେଲା ସାନଭାଇ, ଗୋଟିଏ ଜୁଇରେ ଭାଇ ଭାଉଜ ପୁତୁରା ଝିଆରୀ

କଟକ -: ମାହାଙ୍ଗା ଥାନା ଅନ୍ତର୍ଗତ କୁସୁପୁର ଗାଁରେ ହୋଇଥିବା ନାରକୀୟ ହତ୍ୟାକାଣ୍ଡ ପୂରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପାରିବାରିକ କଳହ ହେତୁ ବଡ଼ଭାଇର ପୂରା ପରିବାରକୁ ନିଶ୍ଚିହ୍ନ କରିଦେଇଛି ସାନଭାଇ ।

Advertisement

କଟକ ଗ୍ରାମାଞ୍ଚଳ ଏସ୍‌ପି ଯୁଗଳ କିଶୋର ପ୍ରାଥମିକ ତଦନ୍ତ ପରେ ଘଟଣା ସଂପର୍କରେ ପ୍ରତିକ୍ରିୟା ଦେଇଛନ୍ତି । ଏସ୍‌ପି କହିଛନ୍ତି, ପାରିବାରିକ କଳହକୁ କେନ୍ଦ୍ରକରି ମାହାଙ୍ଗାରେ ହତ୍ୟାକାଣ୍ଡ ହୋଇଛି । ବଡଭାଇର ପରିବାରର ସମସ୍ତ ସଦସ୍ୟଙ୍କୁ ହାଣି ହତ୍ୟା କରିଛି ସାନଭାଇ । ନୃଶଂସ ଭାବେ କଟୁରୀରେ ହାଣି ସାନଭାଇ ହତ୍ୟାକାଣ୍ଡ କରିଛି । ପୁଲିସ ସୂତ୍ର ଅନୁସାରେ ମୃତକମାନେ ହେଲେ ଅଲେଖ ସାହୁ, ତାଙ୍କ ପତ୍ନୀ ରଶ୍ମିରେଖା, ବଡ଼ପୁଅ ସ୍ମୁତି ସାହିଲ, ସାନପୁଅ ସ୍ମୁତି ସୈାରଭ ଓ ଝିଅ ସ୍ମୃତି ସନ୍ଧ୍ୟା ।

ସାଇଣ୍ଟିିଫିକ ଟିମ ଓ ପୁଲିସକୁ ଘଟଣାସ୍ଥଳରୁ ପାରିପାର୍ଶ୍ୱିକ ପ୍ରମାଣ ମିଳିଛି । ସୂଚନାଯୋଗ୍ୟ, ଆଜି ପାଖାପାଖି ମଧ୍ୟାହ୍ଣ ୧୨ଟା ସମୟରେ କୁସୁପୁରର ଶିବ ପ୍ରସାଦ ସାହୁ (୪୪) ତାଙ୍କର ବଡ଼ଭାଇ ଅଲେଖ ସାହୁ, ତାଙ୍କ ସ୍ତ୍ରୀ ଓ ୩ ଜଣ ପୁଅ-ଝିଅଙ୍କୁ ହତ୍ୟା କରିଥିଲା । ଏହାପରେ ସେ ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିବାକୁ ଯିବା ପୂର୍ବରୁ ଏକ ଭିଡିଓ ଜରିଆରେ ଏକଥାକୁ ସ୍ୱୀକାର କରିଥିଲା । ଏଥିରେ ଅଭିଯୁକ୍ତ କହିଛି -‘‘ବଡ଼ଭାଇ ଓ ତାଙ୍କ ପରିବାର ମତେ ଗତକାଲି ପିଟିଥିଲେ ।

ଏଥିରେ ମୁଁ ନିଜର ମାନସିକ ଭାରସାମ୍ୟ ହରାଇ ବଡ଼ଭାଇ ପରିବାରର ୫ ଜଣଙ୍କୁ ଜୀବନରୁ ମାରିଦେଇଛି । ବଡ଼ଭାଇ, ଭାଉଜ, ଗୋଟିଏ ଝିଆରୀ ଓ ଦୁଇ ପୁତୁରାଙ୍କୁ ହତ୍ୟା କରିଛି । ବଡ଼ଭାଇ ପୈତୃକ ସମ୍ପତ୍ତି ଦେଲା ନାହିଁ, ମାନସିକ ନିର୍ଯାତନାର ଶିକାର ହେବା ସହିତ ଭଡ଼ାଘରେ ରହୁଥିଲି । ଶେଷରେ ସମସ୍ତଙ୍କୁ ମାରିଦେଇଛି । ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିବାକୁ ଯାଉଛି । ଆଇନ ଯାହା ଦଣ୍ଡ ଦେବ, ତାହାକୁ ଗ୍ରହଣ କରିବି ।’’

Advertisement

Leave a Reply

Your email address will not be published. Required fields are marked *

error: Content is protected !!