ଗୋଲାପ ଫୁଲ ଦେଲା ପ୍ରଭାତଙ୍କୁ ପରିଚୟ, ଏବେ ସମସସ୍ତଙ୍କ ପାଇଁ ପାଲଟିଛନ୍ତି ଉଦାହରଣ

କେନ୍ଦୁଝର -: ଫୁଲ ଚାଷ କରି ଜଣେ ଚାଷୀ ଲକ୍ଷପତି ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । କେନ୍ଦୁଝର ସଦର ବ୍ଲକ୍ ବାଉରୀପଦା ପଞ୍ଚାୟତ ମନୋହରପୁର ଗ୍ରାମର ଭରତ ଚନ୍ଦ୍ର ନାୟକ ଜଣେ ଚାଷୀ ହୋଇଥିବା ବେଳେ ପ୍ରତିବର୍ଷ ପାରମ୍ପରିକ ଧାନ ଚାଷ କରୁଥିଲେ ।

Advertisement

ହେଲେ ସେଥିରେ କିଛି ଲାଭବାନ ହୋଇପାରୁ ନଥିଲେ । ତାଙ୍କ ବଡଭାଇ ଶରତ ଚନ୍ଦ୍ର ନାୟକ ସାନଘାଗରା ଗୋଲାପ ବଗିଚାରେ ଫିଲ୍ଡ ଆସିଷ୍ଟାଣ୍ଟ ଭାବେ ଚାକିରି କରିଥିଲେ । ତାଙ୍କ ପରାମର୍ଶ କ୍ରମେ ଭରତ ଚନ୍ଦ୍ର ନାୟକ ଏବଂ ତାଙ୍କ ପୁତୁରା ମଳୟ କୁମାର ନାୟକ ୮ ବର୍ଷ ପୂର୍ବେ ଫୁଲ ଚାଷ କରିବା ଆରମ୍ଭ କରିଥିଲେ । କଲିକତାରୁ ଗୋଲାପ ଓ ଗେଣ୍ଡୁଫୁଲର ଚାରା ଆଣି ଅଳ୍ପ ଜାଗାରେ ଚାଷ କରିଥିଲେ । ସେଥିରୁ ଭଲ ଦିପଇସା ଲାଭ କରିବା ପରଠାରୁ ଧୀରେଧୀରେ ଫୁଲଚାଷକୁ ବଢ଼ାଇବା ସହିତ ବର୍ତ୍ତମାନ ୩ ଏକର ଜମିରେ ଫୁଲ ଚାଷ କରୁଛନ୍ତି ।

watch now (subscribe our chhanel)

ଆଉ ପ୍ରତିବର୍ଷ ଏହି ଫୁଲ ଚାଷରୁ ୮/୯ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି । ଭରତଙ୍କ କହିବା ଅନୁଯାୟୀ, କେନ୍ଦୁଝରରେ ଗେଣ୍ଡୁ ଫୁଲର ବହୁତ ଚାହିଦା ରହିଛି । ଗେଣ୍ଡୁଫୁଲ ପୂଜାର୍ଚ୍ଚନାଠାରୁ ଆରମ୍ଭ କରି ସାଜସଜା, ବୁକେ, ସଭାସମତି ସବୁଥିରେ ଆବଶ୍ୟକ ପଡ଼ିଥାଏ । ଗେଣ୍ଡୁଫୁଲ ଚାଷକୁ ଅଧିକ ଗୁରୁତ୍ୱ ଦିଅନ୍ତି । କୋଲକାତାରୁ ବସ୍‌ରେ ଫୁଲ ଚାରା ମଗାନ୍ତି । ଚାରା ଘରେ ପହଞ୍ଚିବା ପୂର୍ବରୁ ଜମିକୁ ଚାରା ରୋପଣ ପାଇଁ ପ୍ରସ୍ତୁତ କରିଥାଆନ୍ତି । ଚାରା ରୋପଣ ପାଇଁ କିଛି ଶ୍ରମିକଙ୍କୁ ନିୟୋଜିତ କରିବାକୁ ପଡ଼ିଥାଏ । ନଚେତ ଅନ୍ୟ ସମସ୍ତ କାମ ତାଙ୍କ ପରିବାର ଲୋକ କରିଥାଆନ୍ତି ।

watch now (subscribe our chhanel)

ଯେପରିକି ଫୁଲ ଗଛରେ ନିୟମିତ ପାଣି ଦେବା, ପୋକ ଲାଗିଲେ ଔଷଧ ପକାଇବା ଏବଂ ଅନ୍ୟାନ୍ୟ ଯତ୍ନ ନେବାକୁ ପଡ଼ିଥାଏ । କହିବାକୁ ଗଲେ ଫୁଲକୁ ଫୁଲ ପରି ଯତ୍ନ ନେବାକୁ ପଡ଼ିଥାଏ । ପାଖପାଖି ଦେଢମାସରେ ଗେଣ୍ଡୁଫୁଲ ଫୁଟି ଥାଏ । ଏବଂ ତା ପରେ ବିକ୍ରି ଆରମ୍ଭ ହୋଇଥାଏ । ସେହିପରି ଗୋଲାପ ଗଛକୁ ମଧ୍ୟ ଯତ୍ନ ନେବାକୁ ପଡ଼ିଥାଏ । ଗେଣ୍ଡୁ ଫୁଲ ଥରେ ତୋଳା ସରିଲେ ସେଥିରେ ଆଉ ଫୁଲ ଫୁଟେ ନାହିଁ । ହେଲେ ଗୋଲାପ ଗଛରୁ ପାଖପାଖି ୫/୬ ବର୍ଷ ପର୍ଯ୍ୟନ୍ତ ନିୟମିତ ଫୁଲ ଫୁଟିଥାଏ । ତାଙ୍କ ବଗିଚାରେ ନାଲି ଗୋଲାପଠାରୁ ଆରମ୍ଭ କରି ହଳଦିଆ, ଧଳା, ଫିଙ୍କ ଏବଂ ଅନ୍ୟାନ୍ୟ ରଙ୍ଗର ଗୋଲାପ ଚାଷ କରିଛନ୍ତି । ମୁଖ୍ୟତଃ ନାଲି ଗୋଲାପର ଚାହିଦା ଅଧିକ ଥିବାରୁ ତାକୁ ବେଶି ପରିମାଣର କରନ୍ତି । ଅନ୍ୟ ରଙ୍ଗର ଗୋଲାପ କେବଳ ବୁକେ ତିଆରି ବ୍ୟବହାର ହେଉଥିବାରୁ ଅଳ୍ପ ପରିମାଣର କରନ୍ତି । ଫୁଲ ତୋଳିବା ପରେ କେନ୍ଦୁଝର ସହର ଥାନା ଛକ ନିକଟରେ ତାଙ୍କର ଦୋକାନ ରହିଛି । ସେଠାରେ ପ୍ରତିଦିନ ଫୁଲ ବିକ୍ରି କରନ୍ତି । ସେଠାରେ ପ୍ରତିଦିନ ଦୁଇରୁ ଅଢେଇ ହଜାର ଟଙ୍କାର ଫୁଲ ବିକ୍ରି କରନ୍ତି ।

watch now (subscribe our chhanel)

ପୂଜା, ପର୍ବ ପର୍ବାଣୀ ଦିନରେ ୮ରୁ ୧୦ ହଜାର ଟଙ୍କାର ଫୁଲ ବିକ୍ରି କରନ୍ତି । ସେହିପରି ଉତ୍ସବ, ବାହାଘର, ବ୍ରତରେ ମଧ୍ୟ ସାଜସଜା କରନ୍ତି । ଏପରିକି ବାହାଘର ପାଇଁ ବରଗାଡ଼ି ମଧ୍ୟ ସଜାନ୍ତି । ଏହିପରି ଭାବେ ପ୍ରତିମାସ ୮୦ରୁ ୯୦ ହଜାର ଟଙ୍କାର ରୋଜଗାର ହୋଇଥାଏ ବୋଲି ଭରତ ପ୍ରକାଶ କରିଛନ୍ତି । କେନ୍ଦୁଝରରେ ଫୁଲର ଚାହିଦା ରହିଛି । ଆମେ ଯେତିକି ଫୁଲ ବଜାରକୁ ଯାଗାଉଛୁ ତାହା ସମୁଦ୍ରକୁ ଶଙ୍ଖେ । ତେଣୁ ଚାଷୀମାନେ ଫୁଲ ଚାଷ ପ୍ରତି ଆଗ୍ରହ ପ୍ରକାଶ କରି ଚାଷ କଲେ ଲାଭବାନ ହୋଇପାରିବେ ।

ଏଥି ପାଇଁ ସରକାରୀ ଉଦ୍ୟମର ଆବଶ୍ୟକତା ରହିଛି । ତାଙ୍କ ଫୁଲ ଚାଷରେ କୈାଣସି ପ୍ରକାର ସରକାରୀ ସହାୟତା ମଳୁନାହିଁ । ତାଙ୍କ ଭାଇଙ୍କ ପରାମର୍ଶ ଏବଂ ନିଜର ଉଦ୍ୟମ ବଳରେ ପ୍ରତିବର୍ଷ ୮ରୁ ୯ ଲକ୍ଷ ଟଙ୍କା ୩ ଏକର ଜମିରୁ ରୋଜଗାର କରୁଛନ୍ତି । ସେହିପରି ଫୁଲ ଚାଷ ସହିତ ପନିପରିବା ଚାଷ ମଧ୍ୟ କରନ୍ତି । ସେଥିରୁ ମଧ୍ୟ ୨/୩ ଲକ୍ଷ ଟଙ୍କା ଲାଭ କରନ୍ତି । ଯାହା ଫଳରେ ସେ ଜଣେ ସଫଳ ଚାଷୀ ହୋଇ ପାରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!