ଶିଦ୍ଧମହାବିରଙ୍କ ପିଠରେ ମହାଶାନ୍ତି ଯଜ୍ଞ ୩ଦିନ ବ୍ୟାପି ଅନୁଷ୍ଠିତ

କଣ୍ଟାପଡା – କଟକ ଜିଲ୍ଲା କଣ୍ଟାପଡା ବ୍ଲକ ଅନ୍ତର୍ଗତ ଡିମିରି ପଞ୍ଚାୟତର କୁସୁନପୁର ଗାଁରେ ଶିଦ୍ଧମହାବିରଙ୍କ ପିଠରେ ମହାଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମନ୍ଦିର ପରିଶରରେ ଅଙ୍କୁରାରୋପଣ ପରେ ୬୦ ଜଣ ମହିଳା ପୁରୁଷ କୁସୁନୁପୁର କନ୍ଦଳ ନଦୀ ପଠାରେ ପୂଜାର୍ଚ୍ଚନା କରି ପାଣି ଉଠାଇବା ପରେ ଯଜ୍ଞ ସ୍ଥାପନ କରାଯାଇଥିଲା ।

Advertisement

ଏହି ଠାରେ ପ୍ରତି ବର୍ଷ ଭଳି ଏ ବର୍ଷ ମହାସମାରୋହରେ ୩ ଦିନ ବ୍ୟାପି ମହାଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଯଜ୍ଞରେ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଲୋକ ଯୋଗ ଦେଇ ପ୍ରଭୁ କୃପା ଲାଭ କରିବା ସହ ପ୍ରସାଦ ସେବନ କରିଥିଲେ । ପୁର୍ଣ୍ଣାହୃତି ଅବସରରେ ଅଁଳବାବଜାରୁ ସୁବାସ ବେହେରାଙ୍କ ନେତୃତ୍ୱରେ ଲଉଡି ଖେଳ ହୋଇଥିଲା । ଏହି କାର୍ଯ୍ୟ କ୍ରମରେ କର୍ତ୍ତା ବ୍ରଜ କିଶୋର ଚୈାଧୁରୀ,କର୍ତ୍ତି ମାଳବିକା ଦାଶ, ଉପକର୍ତ୍ତା ଅନ୍ନପର୍ଣ୍ଣା ଜେନା, ବିଜ୍ଞାନ ଚୈାଧୁରୀ, ବିତନ ଚୈାଧୁରୀ , ହିଂମାସୁ ଭୁଷଣ ବିଶ୍ୱାଳ, ନିମାଇଁ ଚରଣ ବିଶ୍ୱାଳ, ଜଗଦିଶ ବିଶ୍ୱାଳ, ଅମୁଲ୍ୟ ବିଶ୍ୱାଳ, ଅମିତ ବିଶ୍ୱାଳ, ପ୍ରଶନ୍ନ ଚୈାଧୁରୀ, ବାବାଜି ବାରିକ ପ୍ରମୁଖଙ୍କ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୧୪ ବର୍ଷ ହେବ ଏହି ମହାଯଜ୍ଞ ଅନୁଷ୍ଠିତ ହୋଇଆସୁଛି । ପଣ୍ଡିତ ନରେନ୍ଦ୍ର କୁମାର ମହାପାତ୍ର ପୈାରହିତ୍ୟରେ ଯଜ୍ଞ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି ।

watch video
Advertisement

Leave a Reply

Your email address will not be published. Required fields are marked *

error: Content is protected !!