ମ.ରାମପୁରରେ ରାମଲିଳା ଶାନ୍ତିଶୃଙ୍ଖଳାର ସହ ଶେଷ

କଳାହାଣ୍ଡ(ବିରଞ୍ଚି କରୁଆଁ ) -: କଳାହାଣ୍ଡି ଜିଲ୍ଲା ମ.ରାମପୁରରେ ଚାଲିଥିବା ରାମଜୀଉ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ରାମଳିଲା ନାଟକ ଆଜି ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି । ମ.ରାମପୁର ତହସିଲଦାର ସୁଶ୍ରୀ ସୁଚରିତ ମୁଗ୍ରୀ ମୁଖ୍ୟ ଅତିଥି ଭାବରେ ନାଟକର ଅନ୍ତିମ ରଜନୀରେ ଯୋଗଦେଇ ଫିତା କାଟିବା ପରେ ନାଟକ ଆରମ୍ଭ କରାଯାଇଥିଲା । ଏହି ଅନୁଷ୍ଠାନର ରାମଲିଳା ନାଟକ ଅତ୍ୟନ୍ତ ମନମୁଗ୍ଧକର ଲୋକ ପ୍ରିୟ ହେବେ ସହ ବିଶ୍ୱସ୍ତରରେ ପହଞ୍ଚିବ ପାରିବ ବୋଲି ମୁଖ୍ୟ ଅତିଥି ପ୍ରକାଶ କରିଥିଲେ । ଏହା ଏକ ଫେମସ ରାମଲିଳା ଭାବରେ କଳାହାଣ୍ଡି ଜିଲ୍ଲାରେ ଖ୍ୟାତି ଅର୍ଜନ କରିଛି । ଏହି କଲାକୁ ସବୁଦିନ ଯେମିତି ବଂଚିରହିବ ସେଥିପ୍ରତି ଧ୍ୟାନ ଦେବା ପାଇଁ କହିଥିଲେ । ଏହି କଳା ଦିନକୁ ଦିନ ଲୋପ ପାଇବାରେ ଲାଗିଛି ଆଗାମୀ ପିଢ଼ି ପର୍ଯ୍ୟନ୍ତ ଏହାକୁ ବଞ୍ଚାଇବା ପାଇଁ ପ୍ରୟାସ ଜାରିରହିବା ଆବଶ୍ୟକ ।

Advertisement
Advertisement

Leave a Reply

Your email address will not be published. Required fields are marked *

error: Content is protected !!