ଅକାଳରେ ଚାଲିଗଲା ମା ଝିଅଙ୍କ ଜୀବନ, ନୂଆପଡାରେ ଚାଞ୍ଚଲ୍ୟ

ନୂଆପଡ଼ା -: ନୂଆପଡ଼ା ଥାନା କେନ୍ଦୁବେହେରା ଗ୍ରାମରେ ରାତିରେ ବିଷଧର ସାପ କାମୁଡ଼ାରେ ମା ଓ ଝିଅ ମୃତ ହୋଇଥିବା ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି । ପ୍ରକାଶ ଯେ କେନ୍ଦୁବେହେରା ଗ୍ରାମର ନିରାଶା ଶବର (୩୪) ଝିଅ ସବିତା ଶବର (୧୪) ରାତିରେ ଘରେ ଖାଇସାରି ଶୋଇଥିବା ବେଳେ ଘରେ ଉଭୟଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା । ଘରଲୋକେ ସକାଳେ ମା ଓ ଝିଅକୁ ଗୁରୁତର ଅବସ୍ଥାରେ ନୂଆପଡ଼ା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ମା ଓ ଝିଅକୁ ମୃତ ଘୋଷଣା କରିଛନ୍ତି । ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Advertisement
Advertisement

Leave a Reply

Your email address will not be published. Required fields are marked *

error: Content is protected !!