ଅଳିଆ ଉଠାଇବା ନାଁରେ ଖାଇଗଲେ ୧୧କୋଟି ,ବିଏମସିରେ ମହାସ୍କାମ

ଭୁବନେଶ୍ୱର -: ରାଜଧାନୀରୁ ଅଳିଆ ଉଠାଇବା ନାଁରେ ୧୧ କୋଟିର ଦୁର୍ନୀତି ମାମଲା ଲୋକୟୁକ୍ତରେ ଶୁଣାଣି ଚାଲିଥିବା ବେଳେ ଆଉ ବର୍ଷରେ ଏଭଳି ଅଳିଆ ପକା ଉଠାରେ ବିଏମ୍‌ସି ଖର୍ଚ୍ଚ କରିଥିବା ୨୪ କୋଟି ଟଙ୍କା ଉପରେ ଆପତ୍ତି ଉଠାଇଛନ୍ତି ଲୋକାଲ ଫଣ୍ଡ ଅଡିଟ୍ । କେବଳ ଆପତ୍ତି ଉଠାଇ ନାହାନ୍ତି ବରଂ ଏହି ଆପତ୍ତି ଆଧାରରେ କର୍ତ୍ତୃପକ୍ଷ ଯେଉଁ ଲିଖିତ ଉତ୍ତର ରଖିଛନ୍ତି ତାହା ସନ୍ତୋଷଜନକ ହୋଇନଥିବାରୁ ଏହି ଅର୍ଥ ଆଦାୟ କରିବା ପାଇଁ ଅଡିଟ୍ ସୁପାରିସ କରିଛନ୍ତି ।

Advertisement

ଉଚିତ୍ ସମୟରେ ଏହି ଅର୍ଥ ଆଦାୟ ନ ହେଲେ ମାମଲା ଲୋକାୟୁକ୍ତକୁ ଯିବ ବୋଲି ଜଣାପଡ଼ିଛି । ୨୦୧୬ ମସିହାରେ ହୋଇଥିବା ଘୋଟାଲା ଅର୍ଥ ଅଦ୍ୟାବଧି ଆଦାୟ ହୋଇନଥିବାରୁ ଏହି ଅର୍ଥ ମଧ୍ୟ ଆଦାୟ ହେବ ନାହିଁ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ଅଡିଟ୍ ଉଠାଇଥିବା ଆପତ୍ତି ମୁତାବକ, ବିଏମ୍‌ସି ସହରର ବିଭିନ୍ନ ଜାଗାରୁ ଆବର୍ଜନା ଉଠାଇ ସୈନିକ ସ୍କୁଲ ପଛରେ ଥିବା ଟିଟିଏସ୍‌ରେ ମହଜୁଦ୍ ରଖିଥାଏ । ପରେ ସେଠାରୁ ଏକକାଳୀନ ଆବର୍ଜନାକୁ ଉଠାଇ ଭୁଆସୁଣି ଡମ୍ପିଂୟାର୍ଡକୁ ନିଆଯାଏ । ଟିଟିଏସ୍‌ରେ ଯେତିକି ଓଜନର ଆବର୍ଜନା ଜମା ହୁଏ, ଡମ୍ପିଂୟାର୍ଡକୁ ସେତିକି ଓଜନର ଆବର୍ଜନା ଯିବା କଥା ।

କିନ୍ତୁ ୨୦୧୬ରୁ ୨୦୨୦ ମଧ୍ୟରେ ଯେତିକି ଜମା ହୋଇଛି ତାହାଠାରୁ ର୍ଢେ କମ୍ ଆବର୍ଜନା ଡମ୍ପିଂୟାର୍ଡକୁ ଯାଇଛି । ଭୁଆସୁଣିକୁ ଯାଇଥିବା ଆବର୍ଜନାକୁ ବାଦ୍ ଦେଲେ ଯେଉଁ ଅତିରିକ୍ତ ପରିମାଣର ଆବର୍ଜନା ଟିଟିଏସ୍‌କୁ ଯାଇଛି ସେଥିପାଇଁ ବିଏମ୍‌ସି ୩୬ କୋଟି ୨୬ ଲକ୍ଷ ୩୧ ହଜାର ୮୧୭ ଟଙ୍କା ଅଧିକ ଖର୍ଚ୍ଚ କରିଛି । ଏହି ଅଧିକ ଅର୍ଥ ଆଦାୟ କରିବା ପାଇଁ ଅଡିଟ୍ ସୁପାରିସ କରିଛି । ୨୦୧୭-୧୮ରେ ଅତିରିକ୍ତ ଖର୍ଚ୍ଚ ୬ କୋଟି ୫୫ ଲକ୍ଷ ୩୯ ହଜାର ୩୮୪ ଟଙ୍କା ଦର୍ଶାଯାଇଥିବା ବେଳେ ୧୮-୧୯ ଆର୍ôଥକ ବର୍ଷରେ ୮ କୋଟି ୪୨ ଲକ୍ଷ ୧୦ ହଜାର ୯୯୩ ଓ ୧୯-୨୦ ଆର୍ôଥକ ବର୍ଷରେ ୯ କୋଟି ୯୮ ଲକ୍ଷ ୩୭ ହଜାର ୭୮ ଟଙ୍କା ଅତିରିକ୍ତ ଖର୍ଚ୍ଚ ହୋଇଥିବା ଅଡିଟ୍ ଦର୍ଶାଇଛନ୍ତି । ୨୦୧୧ରୁ ୨୦୧୬ ମଧ୍ୟରେ ଆବର୍ଜନା ଉଠାପକାକୁ ନେଇ ଅନୁରୂପ ଅଭିଯୋଗ ହୋଇଥିଲା ।

ଯେତିକି ଜମା ହୋଇଥିଲା ତା’ ଠାରୁ ର୍ଢେ କମ୍ ଆବର୍ଜନା ଭୁଆସୁଣି ଯାଇଥିଲା । ସେତେବେଳେ ଅଡିଟ୍ ୧୧କୋଟି ୩୦ ଲକ୍ଷ ୪୪ ହଜାର ୩୬୨ ଟଙ୍କା ଦାୟିତ୍ୱରେ ଥିବା ୧୨ ଜଣ ଅଧିକାରୀଙ୍କ ଠାରୁ ଆଦାୟ କରିବା ପାଇଁ ସୁପାରିସ କରିଥିଲେ । ଯଦି ୨୦୧୧ରୁ ୨୦୨୦ ପର୍ଯ୍ୟନ୍ତ ୯ ବର୍ଷର ହିସାବ ଦେଖାଯାଏ ତେବେ ୩୬ କୋଟି ୨୬ ଲକ୍ଷ ୩୧ ହଜାର ୮୧୭ ଟଙ୍କାର ଅର୍ଥ ହେରଫେର୍ ହୋଇଛି । ୨୦୧୧ରୁ ୨୦୧୬ର ଅଡିଟ୍ ବେଳେ ଯେଉ ଆପତ୍ତି ଉଠିଥିଲା ସେତେବେଳେ ଦାୟିତ୍ୱରେ ଥିବା ଅଧିକାରୀମାନେ ଦର୍ଶାଇଥିଲେ ଯେ, ଟିଟିଏସ୍ ଖାଲୁଆ ଜାଗା ଥିଲା । ଏଣୁ ସେହି ଖାଲରେ ଅଡିଟ୍ ଆପତ୍ତି ଉଠାଇଥିବା ପରିମାଣର ଆବର୍ଜନା ପୋତି ହୋଇ ଯାଇଥିଲା । ହେଲେ ଏଥିରେ ଅଡିଟ୍ ସନ୍ତୁଷ୍ଟ ନ ହୋଇ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଠାରୁ ଆଦାୟ ପାଇଁ ପରାମର୍ଶ ଦେଇଥିଲେ ।

ଏବେ ୨୦୧୭ରୁ ୨୦୨୦ ପର୍ଯ୍ୟନ୍ତ ଯେଉଁ ଖର୍ଚ୍ଚ ଉପରେ ଆପତ୍ତି ଉଠାଯାଇଛି ତାହାକୁ ନେଇ କର୍ତ୍ତୃପକ୍ଷ ଉତ୍ତର ରଖିଛନ୍ତି । କର୍ତ୍ତୃପକ୍ଷଙ୍କ ଉତ୍ତର ମୁତାବକ, ଆବର୍ଜନା ସଂଗ୍ରହ ବେଳେ ଓଜନ ଥାଏ । ବହୁଦିନ ପଡ଼ିବା ପରେ ଶୁଖିଯାଏ । ଏଣୁ ଓଜନ କମିଯାଏ । ଏହା ଟ୍ରାକ୍ଟରରେ ଆସିଥାଏ । ଟ୍ରିପ୍‌ରେ ଯେତିକି ଓଜନ ଥାଏ ସେହି ଟ୍ରିପ୍ ଶୁଖିଲା ଯିବା ପରେ ଓଜନ କମିଯାଏ । କିଛି ଦିନ ପଡ଼ିବା ପରେ ଜରି ଗୋଟାଳି ଜରି ଓ ପ୍ଲାଷ୍ଟିକ୍ ଗୋଟାଇ ନେଇ ଯାଆନ୍ତି । ତେଣୁ ଓଜନ କମେ । ବହୁ ଦିନ ପଡ଼ିବା ପରେ ଲୋକମାନେ ଅଭିଯୋଗ କରିଥିଲେ । ଏଣୁ ଏକ ସମୟରେ ଓଭର ଲୋଡ୍ କରି ତୁରନ୍ତ ଏହି ଟିଟିଏସ୍‌କୁ ଖାଲି କରାଯାଇଥିଲା । ସେତେବେଳେ ହିସାବ ରହିଲାନି । ଏଣୁ ଏଭଳି ପକାଇବା ଓ ଉଠାଇବା ବେଳର ଓଜନରେ ପାର୍ଥକ୍ୟ ରହିଥିବା କର୍ତ୍ତୃପକ୍ଷ ଉତ୍ତରରେ ଦର୍ଶାଇଛନ୍ତି । କିନ୍ତୁ ଅଡିଟ୍ ଟିମ୍ ଏଥିରେ ସନ୍ତୁଷ୍ଟ ନ ହୋଇ ଅର୍ଥ ଆଦାୟ ପାଇଁ ସୁପାରିସ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *