ବରଗଡରେ ଭାଲୁ ଆତଙ୍କ, ଗାଁ ମୁହାଁ ଜଙ୍ଗଲୀ ଯନ୍ତୁ


ବରଗଡ/ବିଜେପୁର -: ବରଗଡ଼ ଜିଲ୍ଲାରେ ୪୩ ଡିଗ୍ରି ଉପରକୁ ଗଲାଣି ତାପମାତ୍ରା । ତାପମାତ୍ରା ବୃଦ୍ଧି ସହ ଜଳାଶୟ ଶୁଖିବା ଯୋଗୁଁ ଜଙ୍ଗଲ ଜୀବନ ମଧ୍ୟ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବିଭିନ୍ନ କାରଣରୁ ଜଙ୍ଗଲଗୁଡ଼ିକ ପୋଡ଼ି ଟାଙ୍ଗରା ଭୂଇଁରେ ପରିଣତ ହୋଇଛି । ଫଳରେ ଜଙ୍ଗଲରେ ଜଳାଭାବ ଦେଖାଦେଇଛି ।

ଏହି କାରଣରୁ ଗାଁମୁହାଁ ହେଉଛନ୍ତି ବନ୍ୟଜନ୍ତୁ । ଘେଁସ ରାଜପଥ ଦେଇ ଏକ ଜଙ୍ଗଲି ଭାଲୁ ଯାଉଥିବା ଆଖପାଖ କେତେକ ଲୋକେ ଦେଖିବା ପରେ ସ୍ଥାନୀୟ ଅଂଚଳରେ ଏବେ ଆତଙ୍କ ସୃଷ୍ଟି ହୋଇଛି । ଏନେଇ ଘେଁସ ବନ ବିଭାଗ ଖବର ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି । ବିଜେପୁର ବ୍ଲକ୍‌ର ବଡବାଉଁସେନ ଅଂଚଳରୁ ଆସିଥିବା ଉକ୍ତ ଭାଲୁଟି ଶନିମାଲ-କୁଚିପାଲି ମଧ୍ୟବର୍ତ୍ତୀ ଅଂଚଳର ବିଜୁ ଏକ୍ସେପ୍ରସ୍ ୱେ ର୍ପାକରି ଝାଂଜ ପାହାଡ଼ ଅଭିମୁଖେ ଯାଇଥିବା ଅନୁମାନ କରାଯାଉଛି ବୋଲି ଘେଁସ ବନଖଣ୍‌ତ ଅଧିକାରୀ ଗଜେନ୍ଦ୍ର ଏଣ୍‌ତଜା କହିଛନ୍ତି । କିଛି ବର୍ଷ ପୂର୍ବରୁ ଲାଉମୁଣ୍‌ତା ଗ୍ରାମରେ ଭାଲୁ ଆକ୍ରମଣରେ ଚାରି ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ ।

Advertisement

ଭୋରରେ ରାନୀମାଲ ନିକଟ ତାଲମୁଣ୍‌ତା ବନ୍ଧକୁ ଶୈାଚ ହେବା ପାଇଁ ଯାଇଥିବା ବେଳେ ଲୋକେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ । ବନ୍ଧକୁ ପାଣି ପିଇବାକୁ ଆସିଥିବା ଭାଲୁଟି ଲୋକଙ୍କୁ ଆକ୍ରମଣ କରିଥିଲା । ଏହା ପୂର୍ବରୁ ପଦ୍ମପୁର ଅଂଚଳରେ ଖରା ଦିନିଆ ହାତୀ ଆକ୍ରମଣ ହୋଇଥିଲା । ଦୀପ୍ତିପୁର-ଦୁବୁଲାବାହାଲ ଅଂଚଳରେ ରାଜପଥ ପାରି ହୋଇ ହାତୀ ଯାତାୟାତ କରୁଥିବା ଘଟଣା ଆତଙ୍କ ସୃଷ୍ଟି କରିଥିଲା । ଖରାଦିନରେ ମହୁଲଫୁଲ ସଂଗ୍ରହ ପାଇଁ ଜଂଗଲ ପୋଡ଼ି ଏବଂ ଜାଳେଣି ପାଇଁ ବ୍ୟାପକ ଗଛକାଟ ଯୋଗୁଁ ବନ୍ୟଜନ୍ତୁ ଖାଦ୍ୟ ପାଇଁ ନିକଟସ୍ଥ ଗାଁ ମୁହାଁ ହେଉଛନ୍ତି । ଏନେଇ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!