ମାତ୍ର ୪୯୯ ଟଙ୍କାରେ ମିଳୁଛି ୩୨ ଇଞ୍ଚର ସ୍ମାର୍ଟ ଟିଭି! Flipkartର ଏହି ଡିଲ୍‌ରୁ ଫଟାଫଟ୍‌ ଉଠାନ୍ତୁ ଲାଭ

ଫ୍ଲିପ୍‌କାର୍ଟରୁ ଆପଣ ୩୨ ଇଞ୍ଚର ସ୍ମାର୍ଟ ଟିଭି ବହୁତ ଶସ୍ତାରେ କିଣି ପାରିବେ। ଆଜି ଆମେ ଆପଣଙ୍କୁ ଏମିତି ଏକ ଡିଲ୍‌ ବିଷୟରେ କହିବୁ, ଯେଉଁଥିରେ ଆପଣ ଏହି ଟିଭିକୁ ୨୦,୦୦୦ ଟଙ୍କା ବଦଳରେ ମାତ୍ର ୫୦୦ ଟଙ୍କାରୁ କମ୍‌ ଦାମ୍‌ରେ ବି ଘରକୁ ନେଇ ପାରିବେ। ଅନଲାଇନ ଶପିଂ ପ୍ଲାଟଫର୍ମ ‘ଫ୍ଲପ୍‌କାର୍ଟ’ ସବୁ ପ୍ରକାରର ପ୍ରଡକ୍ଟ ଉପରେ ଭଲ ଡିସ୍‌କାଉଣ୍ଟ ଦେଇଥାଏ। ଆଜି ଆମେ Vu Premiumର ୩୨ ଇଞ୍ଚିଆ ଜବରଦସ୍ତ ସ୍ମାର୍ଟ ଟିଭି ବିଷୟରେ କଥା ହେବା, ଯାହାକୁ ଆପଣ ଅତି ଶସ୍ତାରେ କିଣି ପାରିବେ।

Advertisement

ବଡ଼ ଡିସ୍‌କାଉଣ୍ଟରେ କିଣନ୍ତୁ ୩୨ ଇଞ୍ଚର ସ୍ମାର୍ଟ ଟିଭି

Vu Premium TV 80 cm (32 inch) HD Ready LED Smart TV ମାର୍କେଟରେ ୨୦,୦୦୦ ଟଙ୍କା ଦାମ୍‌ରେ ମିଳୁଛି। ଫ୍ଲିପ୍‌କାର୍ଟ ସେଲ୍‌ରେ ଏହି ସ୍ମାର୍ଟ ଟିଭି ୩୭% ଡିସ୍‌କାଉଣ୍ଟ ପରେ ୧୨,୪୯୯ ଟଙ୍କାରେ ବିକ୍ରି ହେଉଛି। ଯଦି ଆପଣ ଏହି ଟିଭିକୁ କିଣିବା ସମୟରେ ICICI Bankର କ୍ରେଡିଟ୍‌ କାର୍ଡ ବ୍ୟବହାର କରୁଛନ୍ତି, ତ ଆପଣଙ୍କୁ ୧୦% ଅର୍ଥାତ୍‌ ୧ ହଜାର ଟଙ୍କାର ଇନ୍‌ଷ୍ଟାଣ୍ଟ ଡିସ୍‌କାଉଣ୍ଟ ମିଳି ଯିବ। ଏହିଭଳି ଟିଭିର ଦାମ୍‌ କମି ୧୧,୪୯୯ ଟଙ୍କା ହୋଇଯିବ।

ଏକ୍ସଚେଞ୍ଜ ଅଫର୍‌

ଏହି ଡିଲ୍‌ରେ ଆପଣଙ୍କୁ Vu Premium TV 80 cm (32 inch) HD Ready LED Smart TVରେ ଏକ ଏକ୍ସଚେଞ୍ଜ ଅଫର୍‌ ମଧ୍ୟ ଦିଆଯାଉଛି। ଆପଣ ପୁରୁଣା ସ୍ମାର୍ଟ ଟିଭି ବଦଳରେ ଏହି ସ୍ମାର୍ଟ ଟିଭିକୁ କିଣି ୧୧ ହଜାର ଟଙ୍କା ପର୍ଯ୍ୟନ୍ତ ସେଭିଂ କରି ପାରିବେ। ଯଦି ଆପଣଙ୍କୁ ଏହି ଏକ୍ସଚେଞ୍ଜ ଅଫରର ପୂରା ଲାଭ ମିଳି ଯାଉଛି, ତ ଆପଣଙ୍କ ପାଇଁ ଟିଭିର ଦାମ୍‌ ୧୧,୪୯୯ ଟଙ୍କାରୁ କମ୍‌ ହୋଇ ୪୯୯ ଟଙ୍କା ହୋଇଯିବ।

ସ୍ମାର୍ଟ ଟିଭିର ଫିଚର୍ସ

କହି ରଖୁଛୁ, ଏହି ଡିଲ୍‌ରେ ଆପଣଙ୍କୁ Vu Premium TV 80 cm (32 inch) HD Ready LED Smart TV ୩୨ ଇଞ୍ଚ୍‌ର ଡିସ୍‌ପ୍ଲେ ଏବଂ HD Ready 1,366 x 768 ପିକ୍ସଲର ରିଜୋଲ୍ୟୁଶନ ସହିତ ମିଳି ଯିବ। ଏଥି ସହିତ ଏହି ଟିଭି 60Hz ରିଫ୍ରେଶ୍‌ ରେଟ୍‌, ଦୁଇଟି ସ୍ପିକର ଏବଂ 20Wର ସାଉଣ୍ଡ ଆଉଟ୍‌ପୁଟ ସହିତ ଆସୁଛି। ଏଥିରେ ଆପଣ ନେଟ୍‌ଫ୍ଲିକ୍ସ, ଆମାଜନ ପ୍ରାଇମ୍‌ ଏବଂ ୟୁଟ୍ୟୁବ ଭଳି ପ୍ଲାଟ୍‌ଫର୍ମ ମଧ୍ୟ ବ୍ୟବହାର କରି ପାରିବେ। ଏହିଭଳି ଅନେକ ପ୍ରକାର ଅଫର୍ସର ଫାଇଦା ଆପଣ ଫ୍ଲିପ୍‌କାର୍ଟରୁ ଉଠାଇ ପାରିବେ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!