ଜଗତସିଂହପୁର ଉପନିର୍ବାଚନରେ ବିଜେଡିକୁ ଚକମା ଦେଇ ବିଜୟ ଲାଭ କଲେ ସ୍ୱାଧିନ ପ୍ରାର୍ଥୀ, ବିଜେପି ମାଟି କାମୁଡିଲା

ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା) -: ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଅଳସୁଧା ପଞ୍ଚାୟତ ର 4 ନମ୍ବର ୱାର୍ଡ ରେ ୱାର୍ଡ ସଭ୍ୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି l ଏହି ଉପନିର୍ବାଚନ ରେ 3ଜଣ ପ୍ରତିଦ୍ବନ୍ଦୀ ପ୍ରତିନିଧିତ୍ୱ କରିଥିଲେ l ସେମାନଙ୍କ ମଧ୍ୟରୁ ସ୍ୱାଧୀନ ପାର୍ଥି ଦେବେନ୍ଦ୍ର ବେହେରା 158ଖଣ୍ଡ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡି ସମର୍ଥିତ ପ୍ରାଥୀ ଶରତ ଦାସ ଙ୍କୁ 83 ଖଣ୍ଡ ଭୋଟ ପାଇଥିଲେ l ବିଜେପି ସମର୍ଥିତ ପାର୍ଥି ବିଶ୍ୱଜିତ 4 ଖଣ୍ଡ ଭୋଟ ପାଇଥିଲେ ଳ ତେବେ ସ୍ୱାଧୀନ ପ୍ରାଥୀ 75ଖଣ୍ଡ ଅଧିକ ଭୋଟ ରେ ନିର୍ବାଚିତ ହୋଇଥିଲେ l

Advertisement

ଏହି ୱାର୍ଡ ସଭ୍ୟ ନିର୍ବାଚନ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ମୁଦୁଲି ଙ୍କ ପାଇଁ ମର୍ଯ୍ୟାଦା ର ପ୍ରଶ୍ନ ଥିଲା l ଯାହାକି ଶାସକ ଦଳ ବିଧାୟକ ସାମାନ୍ୟ ୱାର୍ଡ ସଭ୍ୟ ଜିତାଇବାରେ ସମସ୍ତ ଶକ୍ତି ପ୍ରୟୋଗ କରି ଶେଷରେ ବିଫଳ ହୋଇଥିବା କୁହାଯାଉଛି l ଏହି ନିର୍ବାଚନ ରେ ଏକ ରୋଚକପୂର୍ଣ୍ଣ କଥା ଦେଖିବାକୁ ମିଳଥିଲା l କଂଗ୍ରେସ ଓ ବିଜେଡି ବାହାରୁ ଏକ ହୋଇ ଶରତ ଦାସ ଙ୍କୁ ସମର୍ଥନ କରୁଥିବା ଶୁଣିବାକୁ ମିଳୁଥିବା ବେଳେ ବିଜେପି 4 ଖଣ୍ଡ ଭୋଟ ପାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା l ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ପଞ୍ଚାୟତ ରୁ ସମିତି ସଭ୍ୟ ରୂପେ ରତିରଞ୍ଜନ ବେହେରା ନିର୍ବାଚିତ ହୋଇ ଜଗତସିଂହପୁର ବ୍ଲକ ଭାଇସ ଚେୟାରମ୍ୟାନ ଭାବରେ କାର୍ଯ୍ୟଭାର ନେଇଛନ୍ତି l ସେହିପରି ପୂର୍ବତନ ବ୍ଲକ ଅଧ୍ୟକ୍ଷା ବିଜୟଲକ୍ଷ୍ମୀ ବେହେରା ଙ୍କ ନିଜ ୱାର୍ଡ ରେ ଦଳୀୟ ପ୍ରାଥୀ ଙ୍କର ନୈରାଶ୍ୟ ଜନକ ପରାଜୟ ଦଳୀୟ ନେତୃତ୍ୱଙ୍କୁ ଅଂଗୁଳି ନିର୍ଦେଶ କରୁଛି l

Advertisement

Leave a Reply

Your email address will not be published. Required fields are marked *

error: Content is protected !!