ମହିଳା ମାନେ ଏଭଳି କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ପୁରୁଷ ମାନେ ଦେଖିବା ଅନୁଚିତ୍‌, ନହେଲେ ଭୋଗିବେ ନର୍କ ଯନ୍ତ୍ରଣା

କୁହାଯାଏ, ବ୍ୟକ୍ତିକୁ ନିଜ କର୍ମ ଅନୁସାରେ ଭଲ ଓ ଖରାପ ଫଳ ମିଳିଥାଏ। ଯେଉଁ ବ୍ୟକ୍ତି ଭଲ କାମ କରନ୍ତି, ତାଙ୍କୁ ମୃତ୍ୟୁ ପରେ ସ୍ୱର୍ଗ ସୁଖ ମିଳିଥାଏ। ସେହିଭଳି ଯେଉଁମାନେ ଖରାପ କାମ କରନ୍ତି ତାଙ୍କୁ ନର୍କ ଯନ୍ତ୍ରଣା ଭୋଗ କରିବାକୁ ପଡ଼ିଥାଏ। ଏ ନେଇ ଗରୁଡ଼ ପୁରାଣରେ ମଧ୍ୟ ବର୍ଣ୍ଣନା କରାଯାଇଛି। ଗରୁଡ଼ ପୁରାଣରେ ୧୯ ହଜାରରୁ ଅଧିକ ଶ୍ଲୋକ ରହିଛି, ଯାହା ପାପ ଓ ପୁଣ୍ୟ ବିଷୟରେ କହିଥାଏ। ଭଗବାନ ବିଷ୍ଣୁ ଗରୁଡ଼ଙ୍କ ଦ୍ୱନ୍ଦ୍ୱ ଦୂର କରିବାକୁ ଯାହା କିଛି ସମାଧାନ କହିଥିଲେ ତାହା ଗରୁଡ଼ ପୁରାଣରେ ବର୍ଣ୍ଣନା କରାଯାଇଛି। ଗରୁଡ଼ ପୁରାଣ ମୁତାବକ, ମହିଳା ଦୁଇଟି ଗୁରୁତ୍ୱପୂର୍ଣ୍ଣ କାମ କରିବା ବେଳେ ପୁରୁଷ ତାଙ୍କୁ ଦେଖିବା ଉଚିତ୍‌ ନୁହେଁ। ତେବେ ଆସନ୍ତୁ ଜାଣିବା କ’ଣ ସେହି ଦୁଇଟି କାମ ଯାହାକୁ ମହିଳା କରିବା ବେଳେ କୌଣସି ପୁରୁଷ ଦେଖିବା ଅନୁଚିତ୍‌…

Advertisement

ସ୍ତନ୍ୟପାନ କରିବା ବେଳେ -:

ମହିଳାମାନେ ସ୍ତନ୍ୟପାନ କରାଇ ଶିଶୁକୁ ଭୋଜନ ଦେଇଥାନ୍ତି। ଆହାର ଗ୍ରହଣ କରିବା ସମୟରେ ଶିଶୁ ଅବୋଧ ହୋଇଥାଏ। ଏଭଳି ସ୍ଥିତିରେ ସ୍ତନ୍ୟପାନ କରାଇବା ବେଳେ ପୁରୁଷମାନେ ତାଙ୍କୁ ଦେଖିବା ଉଚିତ୍‌ ନୁହେଁ। ଯଦି କୌଣସି ପୁରୁଷ ଗରୁଡ଼ ପୁରାଣର ଏହି ନିୟମକୁ ଉଳ୍ଲଂଘନ କରୁଛି, ତେବେ ସେ ପାପର ଭାଗୀଦାର ହୋଇଯାଆନ୍ତି। ଏଭଳି ପୁରୁଷ ମୃତ୍ୟୁ ପରେ କଠିନ ନର୍କ ଯନ୍ତ୍ରଣା ଭୋଗ କରିଥାନ୍ତି।

ସ୍ନାନ କରିବା ସମୟରେ -:

ଗରୁଡ଼ ପୁରାଣ ମୁତାବକ, ଯେତେବେଳେ କୌଣସି ମହିଳା ବିନା ବସ୍ତ୍ରରେ ସ୍ନାନ କରୁଥାନ୍ତି। ସେତେବେଳେ ତାଙ୍କୁ କୌଣସି ପୁରୁଷ ଦେଖିବା ଅନୁଚିତ। ଏଭଳି ସ୍ଥିତିରେ ଯଦି କୌଣସି ମହିଳାଙ୍କୁ ପୁରୁଷ ଦେଖନ୍ତି, ତେବେ ସେ ପାପର ଭାଗୀ ବନିଥାନ୍ତି। ଫଳରେ ତାଙ୍କର ସବୁ ପୁଣ୍ୟ କର୍ମ ନଷ୍ଟ ହୋଇଯାଏ। ନର୍କରେ ମଧ୍ୟ ଏଭଳି ପୁରୁଷଙ୍କୁ କଠିନ ଦଣ୍ଡ ମିଳେ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!