ବରଗଡରେ ଜାତୀୟ ରାଜପଥ ସମସ୍ତଙ୍କ ପାଇଁ ପାଲଟିଛି କାଳ, ଯାଉଛି ମୁଣ୍ଡ ପରେ ମୁଣ୍ଡ

ବରଗଡ(ନିରଞ୍ଜନ ତ୍ରୀପାଠି) -: ବରଗଡ଼ ସହର ସଂଲଗ୍ନ ଜାତୀୟ ରାଜପଥ ଏବେ ସମସ୍ତଙ୍କ ପାଇଁ କାଳ ସାଜିଛି । ବେଆଇନ ପାର୍କିଂ ଯୋଗୁଁ ପ୍ରଶସ୍ତ ରାଜପଥ କ୍ରମଶଃ ସଂକୁଚିତ ହେବାକୁ ଲାଗିଛି । ଯଦ୍ୱାରା ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି । ଏହାର ଏକ ଝଲକ ରବିବାର ର୍ଭୋରେ ସ୍ଥାନୀୟ ହଳଦୀପାଲି ଛକ ପାଖରେ ଦେଖିବାକୁ ମିଳିଛି ।

ରାସ୍ତା ଉପରେ ଛିଡ଼ା ହୋଇଥିବା ଗୋଟିଏ ଯାତ୍ରୀବାହୀ ବସ୍‌କୁ ର୍କା ଧକ୍କା ଦେଇଛି । ଏଥିରେ ଜଣକର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ବୁର୍ଲା ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ମୃତ ବ୍ୟକ୍ତି ଜଣକ ହେଲେ ବରଗଡ଼ ୱାର୍ଡ ନମ୍ବର ୧୩ର ଭକ୍ତ ଗୁର୍ଲ୍ଲା (୨୮) । ଆହତମାନେ ହେଲେ ବରଗଡ଼ ୱାର୍ଡ ନମ୍ବର ୮ର ଲଳିତ ସୁନା(୧୮), ୱାର୍ଡ ନମ୍ବର ୭ର ନିତିନ ଦାସ(୩୧) ଓ ଶୁଭମ ସାହୁ (୨୫) । ନିତିନ ଓ ଶୁଭମଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତି କରାଯାଇଛି । ରାଜପଥ କଡ଼ରେ ବେଆଇନ ପାର୍କିଂ ନଥିଲେ ସମ୍ଭବତଃ ଏହି ଦୁର୍ଘଟଣା ହୋଇନଥାନ୍ତା । ଛକ ପାଖରେ ଉଭୟ କଡ଼ରେ ମାଲ୍‌ବାହୀ ଟ୍ରକ୍ ଛିଡ଼ା ହୋଇଥିଲା । ଏହି ସମୟରେ ଭୁବନେଶ୍ୱରରୁ ବରଗଡ଼ ଦେଇ ମା’ ମଂଗଳା ଦୂରଗାମୀ ବସ୍ ଯାଉଥିଲା ।

Advertisement

ଏତିକି ବେଳେ ବୁଲାଣି ପାଖରେ ର୍କାଟି ବସ୍‌କୁ ଧକ୍କା ଦେଇଥିଲା । ର୍କାଟି ସଂପୂର୍ଣ୍ଣ ଚୂରମାର ହୋଇଯାଇଛି । ରାଜପଥ କଡ଼ରେ ଦିନକୁ ଦିନ ବେଆଇନ ପାର୍କିଂ ବଢ଼ି ଚାଲିଛି । ଏନେଇ ବାରମ୍ବାର ଖବର ପ୍ରକାଶ ପାଇବା ପରେ ଉଭୟ ପୁଲିସ୍ ଏବଂ ଆର୍ଟିଓ ବିଭାଗ ଚଢ଼ଉ କରିଥିଲେ । ବେଆଇନ୍ ପାର୍କିଂ ହଟାଇଥିଲେ । ହେଲେ ଏବେ ସମସ୍ୟା ପୂର୍ବଭଳି । ହଦଳୀପାଲି ଛକରୁ ସୋହେଲା ପଟେ ରାଜପଥର ତିନି କିଲୋମିଟର ଯାଏ ଉଭୟ କଡ଼ରେ ଶହ ଶହ ଗାଡ଼ି ଅଟକି ରହୁଛି । ଯଦ୍ୱାରା ବାରମ୍ବାର ଦୁର୍ଘଟଣା ଘଟୁଛି ।

Advertisement

One thought on “ବରଗଡରେ ଜାତୀୟ ରାଜପଥ ସମସ୍ତଙ୍କ ପାଇଁ ପାଲଟିଛି କାଳ, ଯାଉଛି ମୁଣ୍ଡ ପରେ ମୁଣ୍ଡ

Leave a Reply

Your email address will not be published. Required fields are marked *

error: Content is protected !!