ବରଗଡ ପଦ୍ମପୁରରେ ଜଳସଂଙ୍କଟ, କାଦୁଅମିଶା ପାଣି ପିଉଛନ୍ତି ଲୋକେ



ପଦ୍ମପୁର -: ପ୍ରଚଣ୍‌ତ ରୌଦ୍ରତାପରେ ପଦ୍ମପୁର ଅଂଚଳର ସବୁଆଡ଼େ ପାଣି ପାଇଁ ହାହାକାର ହେଉଛନ୍ତି । ଅନ୍ୟ ବର୍ଷ ନଦୀ ଗୁଡିକରେ ପାଣି ଥିବାରୁ ଖରାଦିନରେ ଲୋକମାନେ ସାମାନ୍ୟ ଆଶ୍ୱସ୍ତି ପାଇଥିଲେ । କିନ୍ତୁ ଚଳିତ ବର୍ଷ ତାହା ସମ୍ଭବ ହେଉନାହିଁ । ମୁଖ୍ୟତଃ ଅଙ୍ଗନଦୀ ପଦ୍ମପୁର ଉପଖଣ୍‌ତରେ ପ୍ରବାହିତ ହେଉଥିବାରୁ ଜଳକଷ୍ଟରୁ ମୁକ୍ତି ପାଉଥିଲେ ।

ନଦୀକୂଳର ସମ୍ବଲପୁରୀ, ଲୁହୁରାକୋଟ, ଅମଠି, ବୈତାଳୀ, ଟାମ୍ପର, ଲେରଗାଁ, କୁମୀର, ଜଗଦଲପୁର, ଲଖମରା, କୁଧରେନପାଲି, ମୋହନପାଲି, ମହୁଲପାଲି ଆଦି ଗ୍ରାମରେ ଅଙ୍ଗନଦୀରେ ଚାଷ ସହ ସ୍ନାନାଦି କାମ କରୁଥିଲେ । ତେଣୁ ବିକଳ୍ପ ଚିନ୍ତା କରି ନଥିଲେ । ଚଳିତ ବର୍ଷ ତାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ନଦୀ ସଂପୂର୍ଣ୍ଣ ଶୁଷ୍କ ହୋଇଯାଇଛି । ପୂର୍ବ ଅଭ୍ୟାସ ଅନୁସାରେ ନଦୀରେ ଗାଧୋଇ ରୌଦ୍ରତାପ ଲାଘବ କରୁଥିଲେ । ନଦୀପଠାରେ ଗଦା ଗଦା ବାଲିକୂଅ କରାଯାଇଛି ।

Advertisement

ନଦୀରେ ବାଲିଚୁଆ ଖୋଳି ବାଲି ପୋତି ନ ହେବା ପାଇଁ ଟିଣ, ଡ୍ରମ୍ ଦିଆଯାଉଛି । ପାଣି କାଢ଼ି ଗାଧୋଇବା, ପାନୀୟ ଜଳ ଭାବରେ ବ୍ୟବହାର କରିବା ହେଉଛି । ମୁଖ୍ୟତଃ ମହିଳାମାନେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବନ୍ୟ ପ୍ରାଣୀମାନଙ୍କ କଷ୍ଟ ବଢ଼ିଯାଇଛି । ଜଙ୍ଗଲ ପାଦଦେଶରେ କାଁଭାଁ ଗଭୀର ଜାଗାରେ କାଦୁଅ ମିଶା ପାଣିକୁ ବ୍ୟବହାର କରି ତୃଷା ନିବାରଣ କରୁଛନ୍ତି । ବନ ବିଭାଗ ପକ୍ଷରୁ ଜଙ୍ଗଲ ତଳ ଅଂଚଳରେ ବାଲିଚୁଆ କିମ୍ବା ବିକଳ୍ପ ବ୍ୟବସ୍ଥା କରିବା ଉଚିତ । ନିର୍ଦ୍ଦିଷ୍ଟ ଜାଗାରେ ପାଣି ଥିବାରୁ ତୃଷାର୍ଥ ବନ୍ୟଜନ୍ତୁ ଆସି ଶିକାରିର ହାବୁଡରେ ପଡିଯାଉଛନ୍ତି । ପ୍ରଶାସନ ଜନସାଧାରଣଙ୍କ ପାନୀୟ ଜଳ ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!